November 18, 2026

ଗଜପତି:- ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପଣ୍ଡିତ ଜବାହରଲାଲ ନେହେରୁ’ଙ୍କ ୧୩୭ତମ ଜୟନ୍ତୀ ପାଳିତ…

IMG-20261114-WA0109
Share

–ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ପଣ୍ଡିତ ଜବାହରଲାଲ ନେହେରୁ’ଙ୍କ ୧୩୭ତମ ଜୟନ୍ତୀ ମହା ସମାରୋହରେ ପାଳନ କରାଯାଇଛି।ଏହି ଅବସରରେ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ର ସଭା ମଣ୍ଡପରେ ନଗର କଂଗ୍ରେସ କମିଟି ସଭାପତି ବସନ୍ତ କୁମାର ପଣ୍ଡା’ଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନେ ପଣ୍ଡିତ ନେହେରୁଙ୍କ ଫୋଟୋ-ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ସ୍ଵର୍ଗତ ନେହେରୁଙ୍କ ଜୀବନୀ ଓ ଭାରତବାସୀଙ୍କ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ଉପରେ ସ୍ମୃତିଚାରଣ କରାଯାଇଥିଲା। ଉପସ୍ଥିତ ବକ୍ତାମାନେ କହିଥିଲେ ଯେ, ଭାରତର ସ୍ଵାଧୀନତା ସଂଗ୍ରାମ’ରୁ ଆରମ୍ଭ କରି ଆଧୁନିକ ଭାରତ ଗଠନରେ ପଣ୍ଡିତ ନେହେରୁ’ଙ୍କ ଭୂମିକା ଅବିସ୍ମରଣୀୟ। ଗଣତନ୍ତ୍ର, ଧର୍ମ-ନିରପେକ୍ଷତା, ବୈଜ୍ଞାନିକ ଚିନ୍ତାଧାରା ଏବଂ ଶିଶୁମାନଙ୍କ ପ୍ରତି ତାଙ୍କର ସ୍ନେହ ତାଙ୍କୁ ଦେଶବାସୀ’ଙ୍କ ହୃଦୟରେ ଚିରସ୍ମରଣୀୟ କରି ରଖିଛି। ତାଙ୍କ ଦେଖାଇଥିବା ଆଦର୍ଶ ପଥରେ ଚାଲିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ମତ ଦେଇଥିଲେ। ଜିଲ୍ଲା ଓବିସି ସଭାପତି ଜନାର୍ଦ୍ଦନ ରାଓ ଉପସ୍ଥିତ ନେତା ଓ କର୍ମୀ ମାନଙ୍କୁ ମିଷ୍ଠାନ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସଜୟ ଅଧିକାରୀ, ସୂର୍ଯ୍ୟ ନାରାୟଣ ପାତ୍ର, ପାର୍ଥରାଜ ପାଳ, ଜସ୍ମିନ ସେଖ, ରଞ୍ଜିତା ପାଣିଗ୍ରାହୀ, ଶ୍ରୀନିବାସ ରାଓ, ଅଭିମନ୍ୟୁ ପଣ୍ଡା, ସନ୍ତୋଷ ପଣ୍ଡା ପ୍ରମୁଖ ବରିଷ୍ଠ ନେତା, କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ । ଗଣେଶ କୁମାର ରାଜୁପାରଳାଖେମୁଣ୍ଡି (ଗଜପତି)

You may have missed