November 10, 2026

ମୋ ବସ୍ ସେବା ଆରମ୍ଭ କେବେ,ଲୋକେ ହନ୍ତସନ୍ତ..

hand
Share

ଗୁଣୁପୁର(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଗାଦିଆଖଳ।ପଞ୍ଚାୟତ ବାସୀ ବହୁ କଷ୍ଟରେ ଯାତୟାତ କରୁଛନ୍ତି।ଦୀର୍ଘ ଦିନ ହେବ କଣ୍ଟ୍ରାକ୍ଟର ର ମନମାନୀ କାମ ଓ କଚ୍ଛପ ଗତିରେ କାମ କରୁଥିବା ଯୋଗୁଁ ଲୋକେ ଯାତୟାତରେ ବହୁତ ହଇରାଣ ହେଉଥିବା ଆଭିଯୋଗ କରିଛନ୍ତି।ଗୁଣୁପୁର ଉପଖଣ୍ଡ ଚିକତ୍ସାଳୟ ପାର୍ଶ୍ୱରେ ଅବସ୍ଥିତ ନେତାଜୀ ନଗର ସାହି ରାସ୍ତା।ସେହି ରାସ୍ତାରେ ଚାଲିଥିବା ଡ୍ରେନ୍ କାମ ଓ ରାସ୍ତା ମରାମତି କାମ ଦୀର୍ଘ ୧୦ ମାସରୁ ଉର୍ଦ୍ଧ୍ୱ ହେଲାଣି କିନ୍ତୁ ରାସ୍ତା କାମ ଶେଷ ହେଉନି।ସେହି ରାସ୍ତା ଦେଇ ଗାଦିଆଖଳ।ପଞ୍ଚାୟତ ବାସୀ ଓ ଗଜପତି ଜିଲ୍ଲା ର ୫ ରୁ ୧୦ ଟି ଗ୍ରାମର ସହସ୍ରାଧିକ ଗ୍ରାମବାସୀ ଓ ବ୍ୟବସାୟୀ ପ୍ରତିଦିନ କ୍ଷୀର,ପରିବା ଆଣି ବ୍ୟବସାୟ କରିଥାନ୍ତି ଓ ଜୀବିକା ନିର୍ବାହ କରିଥାନ୍ତି।ସେହିପରି ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନେ ଦୈନିକ ଯିବା ଆସିବା କରୁଥିଲେ କିନ୍ତୁ ବସ୍ ସେବା ବନ୍ଦ ହେବା ଫଳରେ ଲୋକ ମାନେ ଅତ୍ୟଧିକ ଟଙ୍କା ଦେବା ସହ ଗୋଟିଏ ଅଟୋ ରେ ୧୦ ରୁ ୧୫ ଜଣ ବସିବା ଫଳରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି।ସେହି ରାସ୍ତାରେ ଏଚ.ପି.ଗ୍ୟାସ୍ ଗୋଦାମ ରହିଛି।କିନ୍ତୁ ଗ୍ୟାସ୍ ନେବା ଆଣିବାରେ କିଛି ଅସୁବିଧା ହେଉନଥିବା ବେଳେ ଆମ ବସ୍ କଣ ପାଇଁ ବନ୍ଦ ରହିଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।ତେଣୁ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ନେବା ସହ ତୁରନ୍ତ ବସ୍ ସେବା ଆରମ୍ଭ କରିବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି।