November 10, 2026

ବୋଲଗଡ ମଣ୍ଡଳ ସ୍ତରୀୟ ମେଗା ଆଡ଼ମିସନ କ୍ୟାମ୍ପେନ  ଓରିଏଣ୍ଟେସନ 2026ଅନୁଷ୍ଠିତ 

IMG-20261110-WA0117
Share

 

 

ବୋଲଗଡ଼,(ଉପାନ୍ତ ଖବର ମାନସ ରଞ୍ଜନ କର) ତା 10/11:ବୋଲଗଡ଼ ମଣ୍ଡଳ ସ୍ତରୀୟ ମେଗା ଆଡ଼ମିସନ କ୍ୟାମ୍ପେନ ଓରିଏଣ୍ଟସନ 2026 ମଙ୍ଗଳ ବାର ଦିନ ବାମନ ଉଚ୍ଚ ବିଦ୍ୟାଳୟ,,

ବୋଲଗଡରେ ଗୋଷ୍ଠୀ ଶିକ୍ଷା

ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ

ଙ୍କ ପୌରୋହିତ୍ୟ ଏବଂ ଶିକ୍ଷକ

ନେତା ପ୍ରଫୁଲ୍ଲ ସିଂହଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବୋଲଗଡ଼ ପଂଚାୟତ ସମିତି

ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ ମୁଖ୍ୟ

ଅତିଥି, ବୋଲଗଡ଼ ତହସିଲଦାର

ବିଜୟ କୁମାର ସେଠୀ ମୁଖ୍ୟ ବକ୍ତା,ବୋଲଗଡ଼ ମଣ୍ଡଳ ଶୈକ୍ଷିକ

ଉନ୍ନୟନ ପରିଷଦର ଉପଦେଷ୍ଟା

ପଦ୍ମ ଚରଣ ବେହେରା,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସନାଥ ସ୍ୱାଇଁ ଓ ନିରଞ୍ଜନ

ନାୟକ,ଜିଲ୍ଲା ପରିଷଦ ସଭ୍ୟ,ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ 7ଟି ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବାରିକ, ଗୀତାଞ୍ଜଳି ସାହୁ, ଜଳଧର ମହାନ୍ତି, ବିଜୟ କୁମାର ସେଠୀ,ପ୍ରମୋଦ କୁମାରରାଉତରାୟ, ସୁନନ୍ଦା ବରାଳ, ଶୁଭଲକ୍ଷ୍ମୀ ସୁନ୍ଦରାୟ,ପ୍ରଧାନ ଶିକ୍ଷୟିତ୍ରୀ ରାନୁମା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର

ଅଧ୍ୟକ୍ଷ ନିହାର ରଞ୍ଜନ ପରମଗୁରୁ

ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ମାଟ୍ରିକ ପରୀକ୍ଷାରେ ଆକୃତକାର୍ଯ୍ୟ ହୋଇଥିବା ସମ୍ପୃକ୍ତ

ଛାତ୍ରଛାତ୍ରୀଙ୍କୁ ମୁକ୍ତ ବିଦ୍ୟାଳୟ ରେ ନାମ ଲେଖାଇବାକୁ ମତ ବ୍ୟକ୍ତ କରିଥିଲେ l ଶିକ୍ଷକ ସୁସ୍ମିକାନ୍ତ ନାୟକ ସ୍ୱାଗତ ଭାଷଣ

ଦେଇଥିଲେ l ଏହି ଅବସରରେ ବିଦ୍ୟାଳୟର ବିଦ୍ୟାର୍ଥୀ, ଶିକ୍ଷା ଅଧିକରୀ ସହ ଶିକ୍ଷା ଅଧିକାରୀ

ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷକ ଶିକ୍ଷୟିତ୍ରୀ ଅତିଥିମାନେ

ସଚେତନତା ରାଲିରେ ସାମିଲ ହୋଇଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ରଚନା ଓ

ଶିକ୍ଷୟିତ୍ରୀ ସରସ୍ବତୀ ସାହୁଙ୍କ ନିର୍ଦ୍ଦେଶନାରେ ସଚେତନତା ପଥପ୍ରାନ୍ତ ନାଟକ ସମ୍ପୃକ୍ତ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ମଞ୍ଚସ୍ଥ

ହୋଇଥିଲା l ଲଲାଟେନ୍ଦୁ କେଶରୀ ସିଂହ, ନିହାର ରଂଜନ ପରମଗୁରୁଓ ପିତାମ୍ବର ସୁବୁଦ୍ଧି ବିଚାରକ ଥିଲେ l ବ୍ଲକ ମୁକ୍ତ ବିଦ୍ୟାଳୟ ସଂଯୋଜକ ଶାନ୍ତନୁ ଶ୍ରୀଚନ୍ଦନ ଙ୍କ ତତ୍ଵାବଧାନରେ ମୁକ୍ତ ବିଦ୍ୟାଳୟରେ ଛାତ୍ର ଛାତ୍ରୀ

ନାମ ଲେଖାଇଥିବାରୁ ଅତିଥିମାନେ ତାଙ୍କୁ ଉଚ୍ଚ ପ୍ରଶଂସା

କରିଥିଲେ l ସାଧନ କେନ୍ଦ୍ର ସଂଯୋଜକ ଓ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ

ଶିକ୍ଷାକର୍ମୀ ସହଯୋଗ କରି

କାର୍ଯ୍ୟକ୍ରମକୁ ସଫଳ କରିଥିଲେ ଳ ପରିଶେଷରେ ବରିଷ୍ଠ ସାଧନ

କେନ୍ଦ୍ର ସଂଯୋଜକ ରବୀନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l