November 10, 2026

ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧବାର୍ଷିକୀ ପ୍ରସ୍ତୁତି 

IMG-20261110-WA0106
Share

 

 

ବରଗଡ଼, ତା: ୧୦/୧୧/୨୬,  ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟିର ବୈଠକ ଏ .ଇ. ମିସନ ସ୍କୁଲ ଠାରେ ଲୁଲୁ ରବିନ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି, । ସଭାପତି ଦଧିବାବନ ଶତପଥି ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନରେ ସମସ୍ତଙ୍କ ସହଯୋଗ ପାଇଁ ଏବଂ ବିଭିନ୍ନ ଜିଲ୍ଲାରୁ ଯୋଗଦାନ କରି ସଫଳ କରିଥିବାରୁ ଧନ୍ୟବାଦ ଜଣାଇବା ସହ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀଙ୍କ ଖୋଲା ହୃଦୟରେ ସହଯୋଗ ପାଇଁ ସାଧୁବାଦ ଜଣେଇଥିଲେ ।ସଂଗଠନ ସମ୍ପାଦକ ପ୍ରଦୀପ ଦେବତା ସ୍ବାଗତ ଭାଷଣ ଦେଇଥିବା ବେଳେ ସଂପାଦକ ତୁଳସୀ ଚରଣ ଦାଶ ବିବରଣୀ ପାଠ କରିଥିଲେ । ସର୍ଦ୍ଦାର ପ୍ରିତମ ସିଂଙ୍କ ସଂଯୋଜନାରେ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ସମୀକ୍ଷା ହୋଇଥିଲା, । ଆସନ୍ତା ୨୦ ତାରିଖ ସକାଳ ୦୯ ଘଣ୍ଟା ୩୦ ମିନିଟ ସମୟରେ ଗୁରୁ ଭଗବାନ ସାହୁଙ୍କ ୨୬ ତମ ଶ୍ରାଦ୍ଧବାର୍ଷିକୀ ଏ. ଇ. ମିସନ ସ୍କୁଲ ସମ୍ମିଳନୀ କକ୍ଷରେ ପାଳନ କରିବା ପାଇଁ ସ୍ଥିର କରାଯାଇଛି l ଆଜିର ବୈଠକରେ ଅଚ୍ୟୁତାନନ୍ଦ ବାରିକ, ଡ଼. ଯଶବୀର ସିଂ ସୈନୀ, ,ବିମଳ କୃଷ୍ଣ ମିଶ୍ର, ଜତିଲାଲ ବାଗ,ଶିବାନନ୍ଦ ମଟାରୀ, ସନ୍ତୋଷିନୀ ଦାଶ, , ସନ୍ତୋଷିନୀ ନାଗ,ପ୍ରଦୀପ କୁମାର ମିଶ୍ର, ସାରଥି ମେହେର,,, ପ୍ରମୁଖ ଯୋଗଦାନ କରି ସଫଳ ଆୟୋଜନ ପାଇଁ ମତାମତ ଦେଇଥିଲେ। ଶେଷରେ ବରିଷ୍ଠ ସଦସ୍ୟ ଉଦ୍ଧବ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।