November 10, 2026

ଜାମଟିକ୍ରା ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ

IMG-20261110-WA0097
Share

 

 

ବରଗଡ଼(ସୁରେନ୍ଦ୍ର କଠାର) ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅଧୀନ ଜାମଟିକ୍ରା ଗ୍ରାମରେ ପାରମ୍ପରିକ ରୀତିନୀତି ଅନୁସାରେ ଗିରିଗୋବର୍ଦ୍ଧନ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି।ଏହି ପୂଜାରେ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ ଗାଁର ଶୁଶୀଲ ଠାଠୀ ଓ ତାଙ୍କ ପତ୍ନୀ ମାଳତୀ ଠାଠୀ। ପଣ୍ଡିତ ପ୍ରଦ୍ୟୁଷ କୁମାର ରଥ ପୌରୋହିତ୍ୟ କାର୍ଯ୍ୟ ତୁଲାଇଥିଲେ।ସହଯୋଗ କରିଥିଲେ ରଞ୍ଜନ ମରାଇ,ଗଗନ ଗୁରୁ ଓ ଜୟକୁମାର ଗୁରୁ।

ଏହି ଅବସରରେ ପଦ୍ମିନୀ ନାଏକ ଓ ମିଳି ସା ସଂକୀର୍ତ୍ତନ ପରିବେଷଣ କରିଥିଲେ।ରାତିରେ ଜଟଲା ପାର୍ଟିର ନାଟକ ପରିବେଷିତ ହୋଇଥିଲା। ସହଁରାପଡ଼ାର ମହିଳା ପୁରୁଷ ମିଶି ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ନାଚ ଗୀତ ସହ ଜୁଗାରଯାତ୍ରା କରିଥିଲେ। ଲିଆରେ ପ୍ରସ୍ତୁତ ଏକ ବିରାଟ ଜୁଗାର ଗୋବର୍ଦ୍ଧନ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା।

ପୂଜା ଦେଖିବା ପାଇଁ ଗାଁ ସହ ଆଖପାଖ ଗାଁ’ରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଏକାଠି ହୋଇଥିଲେ।ସମସ୍ତେ ଗୋବର୍ଦ୍ଧନ ମହାପ୍ରଭୁଙ୍କ ଦର୍ଶନ କରି ପ୍ରସାଦ ସେବନ କରିଥିଲେ।