November 10, 2026

ଖୋର୍ଦ୍ଧାର ନୂତନ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ କୈଳାସ ଚନ୍ଦ୍ର ଦାସଙ୍କ ଯୋଗଦାନ

IMG-20261109-WA0081
Share

 

 

ଖୋର୍ଦ୍ଧା, ୯/୧୧/୨୦୨୬ (ପ୍ରିୟଙ୍କା ମହାପାତ୍ର): ଖୋର୍ଦ୍ଧା ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ ଶ୍ରୀ କୈଳାସ ଚନ୍ଦ୍ର ଦାସ ଯୋଗଦାନ କରିଛନ୍ତି। ସେ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି।

ଶ୍ରୀ ଦାସ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଦକ୍ଷ ଓ ଅଭିଜ୍ଞ ଅଧିକାରୀ ଭାବେ ସୁନାମ ଅର୍ଜନ କରିଛନ୍ତି। ଶିକ୍ଷା, ରାଜସ୍ୱ ତଥା ଗୃହ ଓ ନଗର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ମୁଖ୍ୟାଳୟରେ ଦାୟିତ୍ୱ ନିର୍ବାହ କରି ନିଜର ଦକ୍ଷତାର ପରିଚୟ ଦେଇଛନ୍ତି।ଖୋର୍ଦ୍ଧାରେ ଯୋଗଦାନ ପୂର୍ବରୁ ସେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଅତିରିକ୍ତ ଆୟୁକ୍ତ ଭାବେ କାର୍ଯ୍ୟରତ ଥିଲେ।ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ଦାସ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, କର୍ମଚାରୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ।

You may have missed