November 6, 2026

ଅତାବିରାରେ ବିକାଶର ନୂଆ ଅଧ୍ୟାୟ: ରେଙ୍ଗାଲି କ୍ୟାମ୍ପ୍ ଠାରୁ ବାଘପାଲି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ନିହାର ରଞ୍ଜନ ମହାନନ୍ଦ

IMG-20261106-WA0033
Share

 

 

*ଦୀର୍ଘ ବର୍ଷର ଦୁଃଖ ହେବ ଦୂର, ୬୧ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ରାସ୍ତା*

 

ବରଗଡ,ତା ୬/୧୧(ସୁରେନ୍ଦ୍ର କଠାର)

 

* ଅତାବିରା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ଏକ ଐତିହାସିକ ଦିନ। ଦୀର୍ଘ ବର୍ଷ ଧରି ଅତି ଶୋଚନୀୟ ଅବସ୍ଥାରେ ପଡ଼ି ରହିଥିବା ରେଙ୍ଗାଲି କ୍ୟାମ୍ପ୍ ଠାରୁ ବାଘପାଲି ଭାୟା ପପଙ୍ଗା, ଥୁଆପାଲି ରାସ୍ତାର ଆଜି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

 

ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦଙ୍କ କରକମଳରେ ଆଜି ତା ୦୬.୧୧.୨୦୨୬ ରିଖ ଏହି ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ରାସ୍ତାର ଅଟକଳ ମୂଲ୍ୟ ପ୍ରାୟ *୬୧ କୋଟି ୫୬ ଲକ୍ଷ ୩୮ ହଜାର ଟଙ୍କା (ଟ. ୬୧୫୬.୩୮ ଲକ୍ଷ)* ରହିଛି।

 

*ଦୀର୍ଘ ବର୍ଷର ଦାବି ହେଲା ପୂରଣ:*

ଏହି ରାସ୍ତାଟି ଦୀର୍ଘ ବର୍ଷ ଧରି ଅତି ଶୋଚନୀୟ ହୋଇପଡ଼ିଥିଲା। ଖାଲ ଖମା ଓ ଭାଙ୍ଗି ଯାଇଥିବା ରାସ୍ତା ଯୋଗୁଁ ପପଙ୍ଗା, ଥୁଆପାଲି, ବାଘପାଲି ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନାହିଁ ନଥିବା ଅସୁବିଧା ଭୋଗୁଥିଲେ। ବିଶେଷ କରି ବର୍ଷା ଦିନେ ଯାତାୟତ ଏକପ୍ରକାର ବନ୍ଦ ହୋଇଯାଉଥିଲା। ଚାଷୀ, ଛାତ୍ରଛାତ୍ରୀ ଓ ରୋଗୀଙ୍କୁ ବହୁ ହଇରାଣ ହେବାକୁ ପଡ଼ୁଥିଲା।

 

ବିଜେପି ସରକାର ଆସିବା ପରେ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ଓ ଉଦ୍ୟମରେ ଏହି ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି।

 

*ଲୋକଙ୍କ ମଧ୍ୟରେ ଖୁସିର ଲହରୀ:*

ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମବାସୀ, ବିଜେପି କର୍ମୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ରାସ୍ତା ନିର୍ମାଣ ହେଲେ ଅଞ୍ଚଳର ବ୍ୟାପାର ବାଣିଜ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ବହୁ ଉନ୍ନତି ଆସିବ ବୋଲି ଲୋକେ ଆଶା ପ୍ରକାଶ କରିଛନ୍ତି।

 

ଏହି ଅବସରରେ ବିଧାୟକ ଶ୍ରୀ ମହାନନ୍ଦ କହିଛନ୍ତି, ଅତାବିରାର ବିକାଶ ହିଁ ମୋର ପ୍ରାଥମିକତା। ଏହି ରାସ୍ତା ନିର୍ମାଣ ଶେଷ ହେଲେ ଲୋକଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ।