June 10, 2026

ଗୁମ୍ମାରେ ଯୁବ ବିଧାୟକ ରୁପେଶଙ୍କୁ ବିପୁଳ ସ୍ଵାଗତ ସହ ସମ୍ବର୍ଦ୍ଧନା

IMG-20240629-WA0008
Share

କାଶୀନଗର
ତା 29/6/24
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଞ୍ଚଳର ଜନସାଧାରଣ ନବ ନିର୍ବାଚିତ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କୃଷ୍ଣଚନ୍ଦ୍ରପୁର, ଗୁମ୍ମାର ଖ୍ରୀଷ୍ଟିଆନ୍ ସାହି, ପାଇକ ସାହି, ଆଶ୍ରୟଗଡ ଇତ୍ୟାଦି ଅଞ୍ଚଳ ବାସୀ ନବ ନିର୍ବାଚିତ ବିଧାୟକଙ୍କୁ ସ୍ଵାଗତ କରିଥିଲେ। ବିଶାଳ ପଟୁଆର, ବିଭିନ୍ନ ସ୍ଲୋଗାନ, ଡି.ଜେର ତାଳେ ତାଳେ ନୃତ୍ୟ ସହ ବାଣ ଫୁଟାଇବା ଦ୍ୱାର ସେହି ଅଞ୍ଚଳରେ ଅଦିନିଆ ଦୀପାବଳୀର ଭ୍ରମ ସୃଷ୍ଟି କରୁଥିଲା। ବିଧାୟକଙ୍କୁ ସମ୍ମାନ କରିବା ପାଇଁ ସ୍ଥାନେ ସ୍ଥାନେ ପୁଷ୍ପ ଗୁଚ୍ଛ, ପୁଷ୍ପ ମାଲ୍ୟ ଓ ଉପଢ଼ୌକନ ଦେଇ ଅଞ୍ଚଳ ବାସୀ ବିଧାୟକଙ୍କୁ ସ୍ୱାଗତ ଜଣାଇଥିଲେ। ଅଞ୍ଚଳ ବାସୀ ବିଧାୟକଙ୍କୁ ପାଖରେ ପାଇ ଅତ୍ୟନ୍ତ ଉତ୍ସାହିତ ତଥା ଭାବ ବିହ୍ୱଳ ହୋଇ ଥିବା ଦୃଷ୍ଟି ଗୋଚର ହୋଇଛି । ଏପରି ସ୍ୱାଗତ ସମାରୋହ ପାଇଁ ବିଧାୟକ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ଏହା ମୋ ପରିବାର, ମୋ ପରିବାର ସାଙ୍ଗରେ ସର୍ବଦା ରହିବା ସହ ସେମାନଙ୍କ ଯାହା ସମସ୍ୟା ରହିଛି ସେ ସବୁ ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ ବିଜୁ ଜନତା ଦଳର କର୍ମୀ ମାନେ ଯୋଗ ଦେଇଥିଲେ।

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର